ଦୂର ହେବ ସୁନ୍ଦରଗଡର ବାମନାଙ୍କ ଦୁଃଖ

ସୁନ୍ଦରଗଡର ଅସହାୟ ଓ ଦିବ୍ୟାଙ୍ଗ ମହିଳା ବାମନା ତାଣ୍ଡିଆଙ୍କ ମୁହଁରେ ହସ । ସୁଭଦ୍ରା କାର୍ଯ୍ୟକ୍ରମ ସାରି ସଂସ୍କୃତି ଭବନକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଜଗି ବସିଥିଲେ ଶହଶହ ଅଭିଯୋଗକାରୀ । ଲୋକଙ୍କୁ ଦେଖିବା ପରେ ହ୍ବିଲ୍‌ ଚେୟାରରେ ବସିଥିବା ଜଣେ ମହିଳାଙ୍କ ପାଖରେ ପହଞ୍ଚି ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଜଣାଇଥିଲେ ।

କିଛି ସରକାରୀ ସାହାଯ୍ୟ ପାଇଁ ତାଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ବାମନାଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ଥିବା ଛୋଟ କୁନି ପିଲାକୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଅନ୍ୟ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନର ପ୍ରତିଶୃତି ଦେଇଥିଲେ ।

You might also like