ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋହନ ମାଝୀ ।
ମାଟ୍ରିକ ପରୀକ୍ଷା ୨୦୨୫ ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋହନ ମାଝୀ । ଏଥିସହ ମୁଖ୍ୟମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆଜିଠୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି । କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି । ପରୀକ୍ଷାରେ ଯେମିତି କୌଣସି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଙ୍ଗ ସ୍କାର୍ଡ, ସେଣ୍ଟ୍ରାଲ ଅବଜରଭର, ଜିଲ୍ଳା ସ୍ତର ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି ।
