ରାଜଧାନୀ ଉପକଣ୍ଠରେ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ଇମ୍ଫୋଭାଲି ଥାନା ମଦନପୁରରେ ବିଚ୍‌ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ୍‌ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡିଛି । ସୂଚନା ମୁତାବକ, ଇମ୍ଫୋଭାଲି ଥାନା ଅଧିନ ମଦନପୁର ରାସ୍ତାରେ ଛାତ୍ର ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନାଁ କେହି ଦୁର୍ବୃତ୍ତ ତାଙ୍କୁ ଜାଳି ଦେଇଛି ଏନେଇ କୌଣସି ସୂଚନା ନାହିଁ । ଛାତ୍ରଙ୍କୁ ଜଳୁଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ଛାତ୍ର ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।। ସେପଟେ ଅଧାପୋଡ଼ା ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

You might also like