ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC ।
ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC । ବିଭିନ୍ନ ବର୍ଗର SI ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଛି । ଏହା ସହ ସାନି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି OSSC । ତେବେ ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ OSSC ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି ।ତ୍ରୁଟି ମାନି OSSC ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡ଼ିଥିଲା । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି । କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, OSSC ମିଳିତ ନିଯୁକ୍ତି ପରୀକ୍ଷା ଜୁଲାଇ 6ରେ ପୁଣିଥରେ ଅନୁଷ୍ଠିତ ହେବ ।
