ପୂଜା ମଣ୍ଡପରେ ଅପରାଧ ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମ୍

ଦଶହରାକୁ ନେଇ ଚଳଚଞ୍ଚଳ ଭୁବନେଶ୍ୱର । ତେବେ ଷଷ୍ଠୀ ଠାରୁ ଦଶହରା ଯାଏଁ ରାଜଧାନୀରେ ପ୍ରବଳ ଭିଡ ଦେଖିବାକୁ ମିଳିବ । ଆଉ ଭସାଣ ଉତ୍ସବରେ ବି ଗହଳି ରହିବ । ସହର ଗଳ-କନ୍ଦି, ରାସ୍ତାଘାଟ ସବୁଠି ନାହିଁନଥିବା ଭିଡ । ଡିଜିଟାଲ କଣ୍ଟ୍ରୋଲ ରୁମ୍‌ରେ ଅପରାଧି ଉପରେ ନଜର ରଖାଯାଇଛି । କୌଣସି ସ୍ଥାନରେ ଲୁଟ୍‌ର ଅଭିଯୋଗ ହେଲେ ନିକଟ ପିସିଆର ଓ ବାଇକ୍ ପିସିଆରକୁ ଖବର ଦିଆଯିବ । ଏହା ସହିତ ଅପରାଧୀ କିଏ ଓ କେଉଁ ରାସ୍ତା ଦେଇ ବାହାରୁଛି ତା ଉପରେ କଡା ନଜର ରଖିବ । ବାଇକ୍‌ ଲୁଟେରା ମାନଙ୍କ ଉପରେ ମଧ୍ୟ ଏହି କଣ୍ଟ୍ରୋଲ ରୁମ୍‌ରେ ନଜର ରହିଛି । ବାଇକ୍ ଲୁଟେରା ବାଇକ୍ ବାହାର କରି ଯିବା ସମୟର ସମସ୍ତ ଗତିବିଧି ଉପରେ ଏହି କଣ୍ଟ୍ରୋଲ ରୁମ୍‌ର ନଜର ରହିଛି । ବିଭିନ୍ନ ପୂଜା ମଣ୍ଡପ ଉପରେ ମଧ୍ୟ ପୋଲିସର ଡ୍ରୋନ୍‌ ଉଡିବ । ତେଣୁ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ଆରମ୍ଭ କରିଛି ଅପରେସନ ‘ତ୍ରିଭୁଜ’।

ଗହଳିକୁ ଦୃଷ୍ଟିରେ ରଖି ୩ ଟି ଉପାୟରେ ଟାଫ୍ରିକ ନିୟନ୍ତ୍ରଣ କରାଯାଉଛି । ଯାହାକୁ ଅପରେସନ ‘ତ୍ରିଭୁଜ’ କୁହାଯାଉଛି । କଣ୍ଟ୍ରୋଲ ରୁମ୍ ଜରିଆରେ ସମସ୍ତ ପୂଜା ମଣ୍ଡପର ସିସିଟିଭି ଫୁଟେଜକୁ ‘ଆଇ-ପି’ ଲିଙ୍କ ଜରିଆରେ ନଜର ରଖାଯାଉଛି । ଏଥିସହ ସହରରେ ଲାଗିଥିବା ଏକ ହଜାର ସିସିଟିଭି କ୍ୟାମେରା ଜରିଆରେ ରାସ୍ତା-ଘାଟରେ ଟ୍ରାଫିକ ଉପରେ ନଜର ରଖିଛନ୍ତି ଅଧିକାରୀ । ଅନ-ଡ୍ୟୁଟିରେ ଥିବା ଅଫିସର ଏସବୁକୁ ନିୟନ୍ତ୍ରଣ କରୁଛନ୍ତି । ଅପହଞ୍ଚ ସ୍ଥାନରେ ନଜର ରଖିବାକୁ ଡ୍ରୋନ ମଧ୍ୟ ବ୍ୟବହାର କରୁଛି ।