ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।
ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ଏହାକୁ ଗୁରୁତ୍ୱ ଦେଇ ଏଥର ର୍ବିସା ମୁଣ୍ଡାଙ୍କ ୧୫୦ତମ ପୂର୍ତ୍ତି ପାଳିଛୁ।
ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର, ସୁଚେତା କୃପଲାନି, ହଂସବେନ ମେହେଟ୍ଟା ଏବଂ ମାଳତୀ ଚୌଧୁରୀଙ୍କ ସମ୍ବିଧାନ ସଭାର ସଦସ୍ୟ ଥିଲେ। ଚୌଧୁରୀଙ୍କ ପରି ୧୫ ଜଣ ଅସାଧାରଣ ମହିଳା ଥିଲେ। ତାଙ୍କର ଅବଦାନ ଦେଶପ୍ରତି ଅତୁଳନୀୟ।”ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ କେବଳ ତାତ୍ତ୍ୱିକ ଧାରଣା ନୁହେଁ। ଏହା ଆମକୁ ଆଧୁନିକ ଯୁଗରେ ପରିଚିତ କରାଇଛି। ଏହି ଜୀବନର ମୂଲ୍ୟ ସର୍ବଦା ଆମର ସଭ୍ୟତା ଏବଂ ସଂସ୍କୃତିର ଏକ ଅଂଶ ହୋଇରହିଛି। ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରୁ ଭାରତ ଅନ୍ୟତମ। ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।