ଗୋଟିଏ ନାମଫଳକରୁ ହଟିଛି। ମାତ୍ର ୱେବସାଇଟରେ ଏବେ ବି ଅଛି
ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି ଅମିତ ମାଲବ୍ୟ । ସେ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି । କିନ୍ତୁ ୱେବସାଇଟରେ ଏବେ ବି ଅଛି ‘ଜଗନ୍ନାଥ ଧାମ’। ୱେବସାଇଟରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା। ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି। ତେଣୁ ଦିଦିଙ୍କ ମତ ଆଉ ଦୋମୁହାଁ ନୀତି ନେଇ ଏବେ ଅସନ୍ତୋଷ ଆହୁରି ତେଜିଛି।
ଯାହାକୁ ନେଇ ଆଇନଗତ ଆଶ୍ରୟ ନିଆଯିବ ବୋଲି ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏନେଇ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ।
