ୟୁରୋପରେ କରୋନାର ନୂଆ ପ୍ରଜାତି

ପୁଣିଥରେ ବିଶ୍ୱରେ କଡ଼ ଲେଉଟାଇଲାଣି ଏହି ଜୀବନ ନେବା ଭାଇରାସ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ XEC (New Covid XEC Variant) ୟୁରୋପରେ ଦ୍ରୁତ ଗତିରେ ବିସ୍ତାର କରିବାରେ ଲାଗିଛି । ଏହା ପ୍ରଥମେ ଜୁନ୍ ୨୦୨୪ରେ ଜର୍ମାନୀରେ ଚିହ୍ନଟ ହୋଇଥିଲା । ପରେ ଏହା ୧୪ ଦେଶକୁ ବ୍ୟାପିଚାଲିଛି । ଓମିକ୍ରନ ଉପ ପ୍ରଜାତି (ସବ୍‌ଭାରିଆଣ୍ଟ) କେଏସ.୧.୧ ଏବଂ କେପି.୩.୩.ର ମିଶ୍ରଣରୁ ଏକ୍ସଇସି ପ୍ରଜାତି ସୃଷ୍ଟି ହୋଇଥିବା ଜଣାପଡିଛି। କିଛି ବର୍ଷ ପୂର୍ବେ କେଏସ.୧.୧. ଉପ ପ୍ରଜାତିର ପ୍ରଭାବରେ ବିଶ୍ବରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।

ଅପରପକ୍ଷରେ କେପି.୩.୩. ଉପ ପ୍ରଜାତି ଯୋଗୁଁ ମନୁଷ୍ୟ ଶରୀରର କୋଷକୁ କ୍ଷତିଗ୍ରସ୍ତ କରିଥିଲା। ବର୍ତ୍ତମାନ ଏକ୍ସଇସି ପ୍ରଜାତିର ଆବିର୍ଭାବ ଯୋଗୁଁ ଟିକା ଏବଂ ବୁଷ୍ଟର ଡୋଜ୍‌ ନେବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହା ଅଧିକ ସଂକ୍ରମିତ ହେବାର ସମ୍ଭାବନା ଅଛି । ଯଦି ଏମିତି ହୁଏ ତେବେ ଏହା ଶୀଘ୍ର ବିସ୍ତାର ହୋଇପାରେ । ଏହା ବ୍ୟତୀତ ଏହା ବିଷୟରେ କୌଣସି ସୂଚନା ନାହିଁ କିନ୍ତୁ ଏହା ଦ୍ରୁତ ଗତିରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ XEC ଭାରିଆଣ୍ଟ ଏବେର କୋଭିଡ-19 ଟିକା ବିରୋଧର ପ୍ରତିରୋଧକ ଶକ୍ତି ବଢାଇପାରେ । କରୋନାର EXE ଭାରିଆଣ୍ଟ ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଲୋକମାନେ ଟୀକାକରଣ ପ୍ରତି ଧ୍ୟାନ ଦେବା ଉଚିତ୍ ।