ପୋଖରୀରେ ବଉଳା କୁମ୍ଭୀର,ଖାଇଗଲା ଲକ୍ଷାଧିକ ଟଙ୍କାର ମାଛ

ପୋଖରୀରୁ ଉଦ୍ଧାର ହେଲା ୧୦ ଫୁଟର ବଉଳା କୁମ୍ଭୀର । ଖାଇଗଲା ଲକ୍ଷାଧିକ ଟଙ୍କାର ମାଛ । କୁମ୍ଭୀର ଧରିବାକୁ ଆସି ନାକେଦମ ହେଲେ ବନ କର୍ମଚାରୀ । ଏକାଧିକ ଥର ଉଦ୍ୟମ ପରେ ସ୍ବତନ୍ତ୍ର ଟିମ୍‌ ଏହି କୁମ୍ଭୀରକୁ ଉଦ୍ଧାର କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ଗାଁରେ ଥିବା ପୋଖରୀରୁ ଦୀର୍ଘ ଦିନ ହେବ ଏହି କୁମ୍ଭୀର ଟି ମାଛ ଖାଇବାପାଇଁ ପଶିଥିଲା ।ଅନ୍ୟପଟେ କୁମ୍ଭୀରଟି ପୋଖରୀ ମଧ୍ୟରେ ପଶି ପୋଖରୀରୁ ମାଛ ଖାଇଯାଇଥିବାରୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଅଂଚଳବାସୀ ।

You might also like