କଟକରେ ଠି*ପିବନ୍ଦ ମଦଦୋ*କାନ ପାଖରେ ଖୋଲାଖୋଲି ମଦ୍ୟପାନକୁ ନେଇ ଡିସିପିଙ୍କୁ ଅଭିଯୋଗ।।

କଟକ ସହରରେ ରାଜ୍ୟ ସରକାରଙ୍କ ସ୍ଵୀକୃତି ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦଦୋକାନ ଖୋଲାଯାଇଛି ।ଏହି ଦୋକାନ ମଧ୍ୟରୁ କେତେକ ଠିପି ବନ୍ଦ ମଦଦୋକାନ ଜନଗହଳିପୁର୍ଣ୍ଣ ସ୍ଥାନ,ମନ୍ଦିର, ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ନିକଟରେ ଖୋଲାଯାଇଛି ।ଏଥିମଧ୍ୟରୁ କେତେକ ଠିପି ବନ୍ଦ ବିଦେଶୀ ମଦଦୋକାନ କଡରେ ବେଆଇନ ଭାବରେ ଖୋଲାଖୋଲି ଓ ଲୁକ୍କାୟିତ କୋଠରୀରେ ମଦ୍ୟପାନ କରୁଥିବା ଦେଖାଯାଉଥିବା ବେଳେ କେତେକ ସ୍ଥାନରେ ଠିପି ବନ୍ଦ ବିଦେଶୀ ମଦଦୋକାନ କଡରେ ମଦୁଆଙ୍କ ପାଇଁ ଛୋଟଛୋଟ ଚାଖଣା ସାମଗ୍ରୀ ଦୋକାନ ଖୋଲାଯିବା ସହ ଏହି ଦୋକାନ ଓ ଏହାର ନିକଟରେ ଖୋଲାଖୋଲି ମଦପିଇବା ଦେଖାଯାଉଛି।

ଏହାଦ୍ୱାରା ଜନସାଧାରଣଙ୍କ ଉପରେ କୁପ୍ରଭାବ ପଡିବା ସହ ପାର୍ବଣ ଋତୁରେ ଗଣ୍ଡଗୋଳ, ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ।ଅଞ୍ଚଳରେ ବସବାସ କରୁଥିବା ଏବଂ ଚଳପ୍ରଚଳ କରୁଥିବା ମହିଳା, ଛାତ୍ରଛାତ୍ରୀ ଏବଂ ଜନତା ନିଜକୁ ଅସୁରକ୍ଷିତ ମନେ କରୁଥିବା ଦେଖାଯାଉଛି।ଏନେଇ ମଧ୍ୟ ପୁର୍ବରୁ ମେ ୧୭ତାରିଖ ଓ ଅକ୍ଟୋବର ୧୧ତାରିଖରେ କଟକ ଡିସିପିଙ୍କୁ ମେଲରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ଦେଖାଯାଉନଥିବା ପରିଲକ୍ଷିତ ହୋଇଛି।ପୁର୍ବପରି ଠିପିବନ୍ଦ ମଦଦୋକାନ ନିକଟରେ,କଡରେ(ଲୁକ୍କାୟିତ କୋଠରୀ) ଖୋଲାମେଲାରେ ମଦପିଉଥିବା ଦେଖାଯାଉଛି।ଏନେଇ ଆଜି ମୋ କଟକ ସୁରକ୍ଷା ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଡିସିପିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଠିପିବନ୍ଦ ମଦଦୋକାନ ନିକଟରେ ବେଆଇନ ଭାବରେ ଖୋଲାମେଲା ଓ ଲୁକ୍କାୟିତ କୋଠରୀରେ ମଦ୍ୟପାନକୁ ବନ୍ଦ କରାଗଲେ ଅଞ୍ଚଳରେ ଜନସାଧାରଣ ନିଜକୁ ସୁରକ୍ଷିତ ମନେକରିବା ସହ ଅଶାନ୍ତ ପରିବେଶ ସୃଷ୍ଟି ହେବ ନାହିଁ ଏବଂ ଏହାର ସଠିକ ତଦନ୍ତ କରି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ଜିତେନ୍ଦ୍ର।।
କଟକ ବ୍ୟୁରୋ ରିପୋର୍ଟ Hr TV ଓଡିଆ ।।