ପାରାଦୀପରେ ହିଟ୍ କରିବାର ସମ୍ଭାବନା ଅଧିକ “ବାତ୍ୟା ଦାନା”

ବାତ୍ୟା ‘ଦାନା’ ବଙ୍ଗୋପସାଗରରେ ଶକ୍ତି ଜୁଟାଉଥିବା ବେଳେ ଏହା ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟା ପାରାଦୀପରୁ ସାଗର ଆଇଲାଣ୍ଡ ଭିତରେ ହିଟ୍ କରିବା ସମ୍ଭାବନା ଥିବା ଯୋଗୁ ୱାଇଡ ରେଞ୍ଜ ଫୋରକାଷ୍ଟ କରାଯାଇଛି। କିନ୍ତୁ ପାରାଦୀପରେ ହିଟ୍ କରିବା ବହୁ ସମ୍ଭାବନା ଅଛି ବୋଲି ଏସଆରସି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ପୂର୍ବାନୁମାନ ଅନୁଯାୟୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି।ସେହିଭଳି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।

ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।