ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ, ୭ ଦିନ ଭିତରେ ଦିଆଯିବ ସହାୟତା

ବାତ୍ୟାପରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ଏହା ମୋ ପାଇଁ ନିଆରା ଅନୁଭୂତି। ସମସ୍ତଙ୍କ ସହ ବୈଠକ କରିଛି। ଚେହେରା ଚାପ ମୁକ୍ତ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ। ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇଦିଆଯିବ। ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି।ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ। ଫସଲ ଓ ଘର କ୍ଷୟକ୍ଷତିର ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଏରିୟଲଭାବେ ପ୍ରାଥମିକ ଆକଳନ କରାଯିବ । ବାତ୍ୟା ଯୋଗୁ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷଭାବେ ପ୍ରଭାବିତ ବୋଲି ସୁରେଶ ପୂଜାରୀ କହିଛନ୍ତି ।