ଭାରତରେ ମଙ୍କିପକ୍ସର ‘କ୍ଲେଡ୍ 1ବି’ ଭାରିଆଣ୍ଟ ଚିହ୍ନଟ

ମଙ୍କିପକ୍ସକୁ ନେଇ ପୁଣି ଚିନ୍ତା ବଢିଲା। ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ 1ବି’ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ଗତ ସପ୍ତାହରେ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କଠାରେ କେରଳ ପହଞ୍ଚିବା ପରେ ଲକ୍ଷଣ ଦେଖାଯାଇଥିଲା। ତାକୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହାକୁ ପରେ ମଞ୍ଜେରୀ ମେଡିକାଲ କଲେଜକୁ ରେଫର କରି ଦିଆଯାଇଥିଲା। ମଙ୍କିପକ୍ସ ଯାଞ୍ଚ ପାଇଁ ତାର ନମୁନା ସଂଗ୍ରହ କରି କୋଝିକୋଡ ମେଡିକାଲ କଲେଜକୁ ପଠାଯାଇଥିଲା। ନମୁନା ଯାଞ୍ଚ ପରେ ତାଙ୍କୁ ଚିକିତ୍ସା ଲାଗି ଆଇସୋଲେଟ କରାଯାଇଛି।