ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ

ଚଳିତବର୍ଷ ଆହ୍ଲାବାଦର ପ୍ରୟାଗରାଜଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ବେଚ୍ଛାକୃତ ସେବା ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛି। ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ବପସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ବିତୀୟ ପଦକ୍ଷେପ ସ୍ବରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି। ଜୁନ୍ ୨୬ରୁ ଅର୍ଥାତ୍ ଆଜିଠାରୁ ଜୁଲାଇ ୮ ତାରିଖ ଯାଏଁ ନିଃସ୍ୱାର୍ଥପର ସେବା ଯୋଗାଇବ ଆଦାନୀ ଗ୍ରୁପ। ଶ୍ରଦ୍ଧାଳୁଙ୍କ ସହ ରଥଯାତ୍ରାରେ ନିୟୋଜିତ କର୍ମଚାରୀଙ୍କୁ ସେବା ଯୋଗାଯିବ ବୋଲି ଆଦାନୀ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରାୟ ୪୦ ଲକ୍ଷ ଲୋକଙ୍କ ପାଇଁ ଭୋଜନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରିବ ଆଦାନୀ ଗ୍ରୁପ। ଲାଇଫଗାର୍ଡ, ବେଳାଭୂମି ସଫେଇ କର୍ମଚାରୀଙ୍କୁ ମାଗଣା ଟି-ସାର୍ଟ ଦବ ଆଦାନୀ ଗ୍ରୁପ। ଜିଲ୍ଲା ପ୍ରଶାସନ, ଇସ୍କନ ଓ ସ୍ୱେଚ୍ଛାସେବୀ ସଂଗଠନ ସହଭାଗୀତାରେ ଏହି ସେବା ହେବ। ‘ସେବା ହିଁ ସାଧନା’ରେ ବିଶ୍ୱାସ କରନ୍ତି ଗୌତମ ଆଦାନୀ।ଆଦାନୀ ଗ୍ରୁପର ଏହି ସେବା ଭିତ୍ତିକ ପଦକ୍ଷେପ, ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟରେ ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଗ୍ରାମୀଣ ସ୍ବାସ୍ଥ୍ୟସେବା, ସ୍କୁଲ ଭିତ୍ତିଭୂମି ଏବଂ ଜୀବିକା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀ ଏହି ସେବାକୁ ଭାରତର ଜନସାଧାରଣ ଜୀବନରେ ଏକ ବୃହତ୍ତର ଆଧ୍ୟାତ୍ମିକ ନିରନ୍ତରତାର ଅଂଶ ଭାବେ ଉଭା ହୋଇଛି।

You might also like