ଦାନ୍ତ ଯେତେ ମଇଳା ହୋଇଥିଲେ ମଧ୍ୟ ଏହି ଉପାୟ ଅବଲମ୍ବନ କରି ଦାନ୍ତକୁ ମୋତି ଭଳି ଚମକାନ୍ତୁ

ଦାନ୍ତ ଆମ ଶରୀରର ଅମୂଲ୍ୟ ଅଙ୍ଗ ଅଟେ । ଧଳା ଏବଂ କଠିନ ଦାନ୍ତ ନିମନ୍ତେ ଭୋଜନ ପରେ ନିୟମିତ ରୂପରେ ବ୍ରସ୍ କରିବା ଉଚିତ । କିନ୍ତୁ ପ୍ରାୟତଃ ଲୋକେ ବ୍ରସ୍ କରିବା ଦୂରର କଥା ଠିକ ରୂପରେ କୂଳି ମଧ୍ୟ କରିନଥାନ୍ତି; ଯାହାଫଳରେ ଦାନ୍ତ ହଳଦିଆ ହୋଇଯାଇଥାଏ । ଏହା ସଙ୍ଗେ ସଙ୍ଗେ ଖାଦ୍ୟ ପଦାର୍ଥରେ ଥିବା ହାନିକାରକ ବ୍ୟାକ୍ଟେରିଆ ଗୁଡିକ ଆମ ଦାନ୍ତରେ ଲାଗିଯାଇଥାଏ ଓ ଏହା ଧୀରେ ଧୀରେ ଆମ ଦାନ୍ତକୁ ସଢ଼ିବାରେ ସାହାଯ୍ୟ କରିଥାଏ ଏବଂ ମୁଖ ଦୁର୍ଗନ୍ଧ ବାହାରି ଥାଏ । ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜକୁ ଅପମାନିତ ମନେ କରିବାକୁ ପଡିଥାଏ ।

ଆଜି ଆମେ ଏହି ଅନୁଛେଦରେ ଆପଣଙ୍କୁ ଏକ ଉପାୟ କହିବୁ, ଯେଉଁଥି ମାଧ୍ୟମରେ ଆପଣ ନିଜ ଦାନ୍ତକୁ ସୁନ୍ଦର, ଧଳା ଓ ବ୍ୟାକ୍ଟେରିଆ ମୁକ୍ତ ରଖିପାରିବେ । ଏହି ଉପାୟ ମାଧ୍ୟମରେ ଆପଣ ନା କେଵଳ ଦାନ୍ତର ହଳଦିଆ ପଣକୁ ଦୂର କରିବେ ବରଂ ମୁଖ ଦୁର୍ଗନ୍ଧ ଏବଂ ସଢ଼ି ଯାଇଥିବା ଦାନ୍ତର ସମସ୍ୟାକୁ ମଧ୍ୟ ଦୂର କରିପାରିବେ । ଏହି ଉପାୟକୁ ଆପଣ ପ୍ରତିଦିନ ଦୁଇ ମିନିଟ୍ କରିବା ଉଚିତ ।

ଏହି ପେଷ୍ଟ ପ୍ରସ୍ତୁତ କରିବା ବହୁତ ସହଜ ଅଟେ । ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣ ତୁଳସୀର କିଛି ପତ୍ର ଓ କିଛି ବେକିଙ୍ଗ ସୋଢା ଏବଂ ଏକ ଚାମଚ ନଡ଼ିଆ ତେଲ ଏକ ପେଷ୍ଟ ବା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ମାଧ୍ୟମରେ ଦାନ୍ତ ସଫା କରନ୍ତୁ ।

ଯଦି ଆପଣ ପ୍ରସ୍ତୁତ କରିଥିବା ପେଷ୍ଟରେ ଏକ ଚାମଚ ହଳଦୀ ମିଶାଇ ପ୍ରତିଦିନ ବ୍ରସ୍ କରିବେ ତେବେ ଏହା ଦ୍ୱାରା ଆପଣଙ୍କ ମୁଖ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଇଥାଏ । ତୁଳସୀ, ହଳଦୀ ଏବଂ ନଡ଼ିଆ ତେଲ ପ୍ରାକୃତିକ ଜିନିଷ ଅଟେ । ଏହାର ବ୍ୟବହାର କରିବା ଫଳରେ ସଢି ଯାଇଥିବା ଦାନ୍ତରୁ ମୁକ୍ତି ମିଳିଥାଏ । ବେକିଙ୍ଗ ସୋଢା ଦାନ୍ତର ଚମକତା ବଜାୟ ରଖିବାରେ ସାହାଯ୍ୟ କରିଥାଏ ।