୨୦୨୪ ପାଇଁ ଏହି ତିନି ଅର୍ଥନୀତିଜ୍ଞ ପାଇବେ ନୋବେଲ ପୁରସ୍କାର

ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର କେମ୍ବ୍ରିଜରେ ଥିବା ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ଡାରନ୍ ଆସେମୋଗ୍ଲୋ ଏବଂ ସାଇମନ୍ ଜନସନ ଏବଂ ଆମେରିକାର ଚିକାଗୋ ୟୁନିଭରସିଟିର ଜେମ୍ସ ଏ. ରବିନ୍ସନ୍ ଙ୍କୁ ୨୦୨୪ ପାଇଁ ନୋବେଲ ମିଳିବ।ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌ ପୁରସ୍କାର।