ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ।

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ବିଷାକ୍ତ ହୋଇଗଲାଣି ବାୟୁ। ଚାରିଆଡେ ଢ଼ାଙ୍କି ହୋଇଗଲାଣି ଧୂଆଁର ମୋଟା ଚାଦର।ଶନିବାର ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଖସିଆସିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍‌ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର AQI ଶନିବାର ୨୭୪ରେ ପହଞ୍ଚିଛି। ସେହିପରି ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି।ରବିବାର ସୁଦ୍ଧା ସହହର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା AQI ଅତ୍ୟନ୍ତ ନିମ୍ନସ୍ତରକୁ ପହଞ୍ଚିବା ସମ୍ଭାବନା ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ଶନିବାର ସକାଳେ ବାୟୁ ପ୍ରଦୂଷଣର ସ୍ତର ଖରାପ ଓ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଦିଲ୍ଲୀର ମୁଣ୍ଡକାରେ ସବୁଠୁ ଖରାପ ରହିଛି ବାୟୁର ଗୁଣବତ୍ତା। ଏଠାରେ AQI ୩୭୨ ରହିଛି। ସେହିପରି ବବାନାରେ ୩୬୬, ଜାହାଙ୍ଗିରପୁରିରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି।