ଏଥର କିଏ ଜିତିବ ଦିଲ୍ଲୀବାସୀଙ୍କ ବିଶ୍ୱାସ ?

ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ? ବିଜେପି, କଂଗ୍ରେସ ନା ଆପ୍‌? ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ୧୦ ବର୍ଷ ହେଲା ଶାସନ କରିଆସୁଛି । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି ।ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି |ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ |ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ କାର୍ଡ ଖୋଲିନାହାନ୍ତି
ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ପରଦା |ଦିଲ୍ଲୀ ନୂଆ ନା ପୁରୁଣା ମୁଖ୍ୟମନ୍ତ୍ରୀ ପାଇବ ତାହାକୁ ଅପେକ୍ଷା |ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଥିବା ୫ ଦଳ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ଆପ୍‌ ଏବଂ କଂଗ୍ରେସ ସମସ୍ତ ୭୦ ଆସନରେ ପରସ୍ପର ସହ ମୁକାବିଲା କରିବେ । ସିପିଆଇ ୬, ସିପିଏମ୍‌ ଏବଂ ସିପିଆଇ-ଏମ୍‌ଏଲ୍‌ ୨ ଟି ଲେଖାଏଁ ସିଟ୍‌ରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୬୮ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏହାର ସହଯୋଗୀ ଦଳ ଜେଡିୟୁ ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଦୁଇଟି ସିଟ୍‌ରେ ପ୍ରାର୍ଥୀ ରଖିଛି ।

ଏହାବାଦ୍‌ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୭୦ ଏବଂ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମ୍‌ଆଇଏମ୍‌ ୧୨ ଆସନରେ ନିର୍ବାଚନ ଲଢ଼ୁଛି । ନିର୍ବାଚନ କମିଶନ(ଇସି)ଙ୍କ ସୂଚନା ମୁତାବକ, ନିର୍ଦ୍ଦଳୀୟ ଏବଂ ବିଭିନ୍ନ ପାର୍ଟିର ମୋଟ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ରିପୋର୍ଟ ଅନୁସାରେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୯% ବା ୧୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।

You might also like