ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀରେ ଚତୁର୍ଥ ମହିଳା ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା। ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଶପଥ ଗ୍ରହଣ ପରେ ରେଖା ଗୁପ୍ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ମିଳିବ। ତାଙ୍କ ସୁରକ୍ଷା ପାଇଁ ଯବାନଙ୍କ ଏକ ଦଳ ନିୟୋଜିତ ହେବ।

ଗୃହ ମନ୍ତ୍ରଣାଳୟର ୟେଲୋ ବୁକରେ ଦେଶର ଭିଆଇପି ଏବଂ ଭିଭିଆଇପି ବ୍ୟକ୍ତିତ୍ୱଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବିଷୟରେ ଉଲ୍ଲେଖ ଅଛି। ଦେଶର ବିଶେଷ ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରକାରର ସୁରକ୍ଷା ମିଳିଥାଏ। ଏଥିରେ X, Y, Z, Z+ ଏବଂ SPG ସୁରକ୍ଷା ଅନ୍ତର୍ଭୁକ୍ତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ସଂଧ୍ୟାରୁ Rekha Gupta ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଘୋଷଣା ସହିତ, ଶାଲିମାର ବାଗରେ ତାଙ୍କ ବାସଭବନରେ ସ୍ଥାନୀୟ ପୋଲିସ ମୁତୟନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ହିଁ Z ସୁରକ୍ଷା ଯୋଗାଇ ଦିଆଯିବ। ତଥାପି, ଯଦି ଗୃହ ମନ୍ତ୍ରଣାଳୟ ଅନୁଭବ କରେ ଯେ ସୁରକ୍ଷା ଆହୁରି ବୃଦ୍ଧି କରାଯିବା ଆବଶ୍ୟକ, ତେବେ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇପାରିବ। ତେବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିରସା, ରବୀନ୍ଦ୍ର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ଶପଥ ସମାରୋହରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ହେଭିଓ୍ୱେଟ୍ ନେତା । ଏହାସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଥିଲେ ।

You might also like