ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନାମୁକୁଟ ଦାନ କଲେ ଭକ୍ତ ।
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର ଓଜନ ୪୪୫ ଗ୍ରାମ ୪୭୦ ମିଲିଗ୍ରମ ବୋଲି ଜଣାପଡ଼ିଛି ।ମା’ଙ୍କ ପାଖରେ ମାନସିକ ରଖିଥିଲେ; ପୂରଣ ହେବା ପରେ ମା’ଙ୍କୁ ମୁକୁଟ ଭେଟି ଦେଇଛନ୍ତି ବଜରଙ୍ଗ ।ତେବେ କୁହାଯାଏ ଦାନ ଧର୍ମ କଲେ ପୂଣ୍ୟ ମିଳିବା ସଙ୍ଗେ ସଙ୍ଗେ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଆଣିଥାଏ ।
