ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ । 

ବୌଦ୍ଧରେ ପୋଲିସ ଡିଜି ୱାଇ. ବି. ଖୁରାନିଆ । ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି ।ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାରେ ଥିବା BSF ଓ SOG କ୍ୟାମ୍ପକୁ ପରିଦର୍ଶନ କରିଥିଲେ । ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପରେ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ନେଇ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହା ସହ ଆଗାମୀ ଦିନରେ ଜିଲ୍ଲାରୁ କିଭଳି ଭାବେ ମାଓ ମୁକ୍ତ କରାଯିବ ସେ ନେଇ ଆଲୋଚନା କରିଥିଲେ ।ସୂଚନାଯୋଗ୍ୟ, ଗତକାଲି ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୁଲିସର ମାଓଦମନ ଅପରେସନ୍ ସମୀକ୍ଷା କରିଥିଲେ। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ସେ ଗୁରୁତ୍ବାରୋପ କରିଥିଲେ। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ମାଓଦମନ ନେଇ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି।