ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’ ସ୍ପଷ୍ଟ କଲେ ଗଜପତି ମହାରାଜା

ଦୀଘାରେ ଜଗନ୍ନାଥ ଧାମ ନାଁକୁ ନେଇ ବିବାଦ ପ୍ରସଙ୍ଗ । ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ । ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର । ଅନ୍ୟ କୌଣସି ସ୍ଥାନକୁ ଧାମ ନାଁ ଦିଆଯାଇପାରିବନି । ଜଗନ୍ନାଥଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନାଁ ଦିଆଯାଇପାରିବନି । ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି । ଅନ୍ୟ କୌଣସିଠାରେ ସମର୍ପିତ ନୈବେଦ୍ୟ ‘ଶ୍ରୀମହାପ୍ରସାଦ’ ନୁହେଁ ।

You might also like