ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ।

ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ।ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି, ଜଙ୍ଗଲ ମଞ୍ଜୁରି ଆଦି ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ମଧ୍ୟ ଏହି ସଂସ୍ଥା ଦ୍ବାରା ନିର୍ମାଣ କରାଯିବ । ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ରହିବେ। ଏହା ସହ ୬ ଜଣ ପାର୍ଟ ଟାଇମ ମେମ୍ବର ମଧ୍ୟ ନିଯୁକ୍ତ ହେବେ। ରାଜ୍ୟ ସରକାରଙ୍କ ସର୍ଚ୍ଚ ଓ ସିଲେକସନ କମିଟି ମାଧ୍ୟମରେ ଏମାନଙ୍କୁ ନିଯୁକ୍ତ କରାଯିବ।

You might also like