ଚଳିତ ବର୍ଷ ଦୀପାବଳି କେବେ ପାଳନ ହେବ ?

ଚଳିତବର୍ଷ ଦୀପାବଳି କେବେ ସେ ନେଇ ଲୋକେ ଭ୍ରମରେ ଅଛନ୍ତି। କିଛି ଲୋକେ ୩୧ ଅକ୍ଟୋବରକୁ ଦୀପାବଳି ଦାବି କରୁଥିବା ବେଳେ କିଛି ଲୋକେ ୧ ନଭେମ୍ବରକୁ ପାଳନ କରିବେ ବୋଲି ଭାବୁଛନ୍ତି। ହିନ୍ଦୁ ପରମ୍ପରାରେ ଦୀପାବଳି କାର୍ତ୍ତିକମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଚଳିତବର୍ଷ କାର୍ତ୍ତିକ ଅମାବାସ୍ୟା ତିଥି ୩୧ ଅକ୍ଟୋବର ଅପରାହ୍ନ ୩ଟା ବାଜି ୫୨ ମିନିଟରେ ଆରମ୍ଭ ହେବଓ ୧ ନଭେମ୍ବର ସନ୍ଧ୍ୟା ୬ଟା ୧୬ ମିନିଟ୍‌ରେ ସମାପ୍ତ ହେବ। ଅମାବାସ୍ୟା ତିଥିର ଏହି ଅବଧି ସମସ୍ୟାର ମୂଳ କାରଣ ଥିଲା।

ତେବେ ବିଦ୍ୱାନ ଓ ଧର୍ମସଭା ଦୀପାବଳି ୩୧ ଅକ୍ଟୋବର ୨୦୨୪ରେ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଏ ନେଇ ବିଦ୍ୱାନ ପରିଷଦ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ସମ୍ପୂର୍ଣ୍ଣ ଭାରତରେ ଦୀପାବଳି ମହାପର୍ବ ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଅମାବାସ୍ୟା ତିଥିକୁ ଦେଖି ବିଦ୍ୱତ ଧର୍ମସଭାରେ ଜ୍ୟୋତିଷ, ବିଦ୍ୱାନ ଓ ଧର୍ମାଚାର୍ଯ୍ୟମାନେ ଏହି ନିଷ୍ପତ୍ତି ନେଇଛନ୍ତି।