ଭୁବନେଶ୍ୱର,ଭସାଣୀରେ ବାଜିବ ଡିଜେ।

ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ଅନେକ ପୂଜା କମିଟି ଭସାଣ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରର କୁଆଖାଇ, ଦୟା ନଦୀ ସମେତ କଟକ କାଠଯୋଡ଼ି ନଦୀରେ ବିସର୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷେ ଭୁବନେଶ୍ବର ଦୁର୍ଗା ପୂଜା ଭସାଣୀକୁ ନେଇ ଡିସିପି ପିନାକ ମିଶ୍ରଙ୍କ ବଡ଼ ସୂଚନା ଦେଇଛନ୍ତି।ସେ କହିଛନ୍ତି ଭସାଣୀରେ କମ ସାଉଣ୍ଡରେ ପୂଜା କମିଟି ଡିଜେ ବଜାଇ ପାରିବେ। ହାଇକୋର୍ଟ ଅନୁମତି ମୁତାବକ ୬୫ ଡେସିବେଲ ପର୍ଯ୍ୟନ୍ତ ବଜାଇ ପାରିବେ। ତା ଠାରୁ ଅଧିକ ବଜାଇଲେ, ବିକଟାଳ ସାଉଣ୍ଡ କଲେ ଡିଜେ ସିଜ ହେବ ହେବ ବୋଲି ଡିସିପି କହିଛନ୍ତି।ଏହି ଅବସରରେ କଟକ ସହରରେ ଧୁମଧାମରେ ଚାଲିଛି ମା’ଙ୍କ ଭସାଣୀ ଶୋଭାଯାତ୍ରା। ମଣ୍ଡପରୁ ମେଢ଼ ଗୁଡ଼ିକୁ ବାହାର କରାଯାଇ ଶୋଭାଯାତ୍ରା କରାଯାଉଛି। କଟକ ସହରର ମୁଖ୍ୟ ରାସ୍ତା ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ମାତାମଠ ଦେଇ ପୁରୀଘାଟ ଦେବୀ ଗଡାରେ ବିସର୍ଜନ କରିବାର ବ୍ୟବସ୍ଥା ହୋଇଛି।