ଜେଲେନସ୍କିଙ୍କୁ ମାମୁଲି କମେଡିଆନ୍ କହିଲେ ଟ୍ରମ୍ପ ।

ଆମେରିକାର ଶାସନ ପରିବର୍ତ୍ତନ ହେବା ମାତ୍ରେ ସାରା ବିଶ୍ୱରେ ସମୀକରଣ ବଦଳିବା ଆରମ୍ଭ ହୋଇଛି। ଏହା ମଧ୍ୟରେ ଏପର୍ଯ୍ୟନ୍ତ ଋଷ- ଯୁଦ୍ଧରେ ୟୁକ୍ରେନ ସହିତ ଦେଖାଯାଉଥିବା ଆମେରିକା ଏବେ ରୁଷ ସପକ୍ଷରେ ଯାଉଥିବା ଦେଖାଯାଉଛି।ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଯୁଦ୍ଧ ରୋକିବା ପାଇଁ ଋଷ ସହ ଆଲୋଚନା କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମାଲୋତନା କରି କହିଛନ୍ତି, ବିନା ନିର୍ବାଚନରେ ଜେଲେନସ୍କି ତାନାସାହ ସାଜିଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି, ଏକ ମାମୁଲି କମେଡିଆନ୍ ବା ହାସ୍ୟଅଭିନେତା ଜେଲେନସ୍କି ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବା କଥା କହୁଛି । ତାହା ବି ଏପରି ଏକ ଯୁଦ୍ଧ ପାଇଁ ଖର୍ଚ୍ଚ କରିବା ପାଇଁ କହୁଛି, ଯେଉଁ ଯୁଦ୍ଧ କେବେ ଯିତାଯାଇ ପାରିବନାହିଁ । ବଡ କଥା ହେଉଛି ଏହି ଯୁଦ୍ଧ କେବେ ଆରମ୍ଭ କରିବାର ନଥିଲା । ପୂର୍ବରୁ ବାଇଡେନ୍ ସରକାର ଯୁଦ୍ଧ ରୋକିବା ପାଇଁ କୌଣସି ପ୍ରାକାର ଚେଷ୍ଟା କରିନଥିଲେ। ହେଲେ ଆମେ ଆଲୋଚନା ଚାହୁଁଛୁ।ଏହି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଆମେରିକା ସହିତ ଆଲୋଚନା ଆଧାରରେ ଯୁଦ୍ଧ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହି ଆଲୋଚନାରେ ୟୁକ୍ରେନକୁ ମଧ୍ୟ ସାମିଲ ହେବା ଉଚିତ୍।

You might also like