ସ୍ୱାମୀଙ୍କ ପରି ସ୍ତ୍ରୀ ମଧ୍ୟ କରିବେ ଏକ ଟଙ୍କାରେ ରୋଗୀ ସେବା।
ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା ଡାକ୍ତର। ଯିଏକି ଟଙ୍କିକିଆ ଦନ୍ତ ଚିକିତ୍ସାଳୟ ଖୋଲି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚର୍ଚ୍ଚାରେ ଥିବା ଟଙ୍କିକିଆ ଡାକ୍ତରଙ୍କ ପତ୍ନୀ ଶିଖା ରାମଚନ୍ଦାନୀ।ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ମେଡିସିନ ବିଭାଗରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶଙ୍କର ରାମଚନ୍ଦାନୀ ‘ଟଙ୍କିକିଆ କ୍ସିନିକ୍’ ପାଇଁ ଏବେ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ ଏହି ସେବାକୁ ଆହୁରି ବ୍ୟାପକ କରିବାକୁ ଯାଇ ସମ୍ବଲପୁରର ବୁର୍ଲାରେ ତାଙ୍କ ପତ୍ନୀ ଏକ ଦନ୍ତ ଚିକିତ୍ସାଳୟ ଆରମ୍ଭ କରିଛନ୍ତି।ତେବେ ସ୍ୱାମୀଙ୍କ ଭଳି ପତ୍ନୀ ମଧ୍ୟ ଏବେ ସୁଲଭ ମୂଲ୍ୟରେ ରୋଗୀ ସେବା କରିବାକୁ ଆଗେଇ ଆସିଛନ୍ତି। ଶିଖା ରାମଚନ୍ଦାନୀ ଜଣେ ଦନ୍ତ ଚିକିତ୍ସକ ଏବଂ ପୂର୍ବରୁ ସମ୍ବଲପୁରର ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।ଏହି କ୍ଲିନିକ ପ୍ରତିଦିନ ସକାଳେ ତିନି ଘଣ୍ଟା ଖୋଲା ରହୁଛି, ଯେଉଁଠାରେ ଦାନ୍ତ ଫିଲିଂ, ଦାନ୍ତ ଉଠାଇବା ଓ ପରିଷ୍କାର କରିବା ଭଳି ସେବା ଉପଲବ୍ଧ ରହିଛି।
ଚେନ୍ନାଇର ଡକ୍ଟର ଏମଜିଆର ମେଡିକାଲ ୟୁନିଭରସିଟିରୁ ବିଡିଏସ ଡିଗ୍ରୀ ହାସଲ କରିଥିବା ଡକ୍ଟର ଶିଖା କହିଛନ୍ତି, “ମୋ ସ୍ୱାମୀ ଗରିବଙ୍କ ସେବା କରି ଆସୁଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ମୁଁ ଏହି କ୍ସିନିକ୍ ଆରମ୍ଭ କରିଛି, କାରଣ ଗରିବ ଲୋକଙ୍କ ପାଇଁ ଦନ୍ତ ଚିକିତ୍ସା ପ୍ରାୟତଃ ସୁଲଭ ହୋଇପାରୁନାହିଁ।”
