ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗ ବନ୍ଦ ରହିବ।

ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ଜଳ ଯୋଗାଣ ବନ୍ଦ ରହିବାକୁ ଥିବା ଅଞ୍ଚଳ ଗୁଡ଼ିକ ହେଲା ଘାଟିକିଆ, ପୋଖରୀପୁଟ୍‌, ହାଇ ଲେଭେଲ୍‌ ଟ୍ୟାଙ୍କ, ନୟାପଲ୍ଲୀ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର।ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍‌କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।