କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ ।

କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ । ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଭୁଶୁଡିଲା ସୁଉଚ୍ଚ ତୋଣଣ ।ଏହା ତଳେ ଗୋଟିଏ କାର୍‌ ଓ ୩ଟି ବାଇକ୍‌ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଜାନବାହନଗୁଡିକ ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ଲାଗିଛନ୍ତି। ଅନ୍ୟପକ୍ଷେ ତୋରଣ ଭାଙ୍ଗି ପଡିବାରୁ ରାସ୍ତା ଅବରୋଧ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଦୁଇଟି କ୍ରେନ ସାହାର‌୍ୟ୍ୟରେ ତୋରଣକୁ ହଟାଯାଇ ଚପିଥିବା ଗାଡିକୁ କଢ଼ାଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି ।