ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି ।

ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ନମୁନା ପରୀକ୍ଷା ପରେ ସ୍ପଷ୍ଟ ହେଉଛି ଏହାର କାରଣ ।ଝାଡ଼ା-ବାନ୍ତି ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା ସତର୍କ କଲେ ଚିକିତ୍ସା ବିଶେଷଜ୍ଞ ।ଯାଜପୁରରେ ହଇଜା ଉଦବେଗଜନକ ସ୍ଥିତିରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡ଼ାବାନ୍ତି ।

ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀକୁ ଡାଇରିଆ ମାଡ଼ିଗଲାଣି । ତେବେ ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ,ବଡ଼ଚଣା, ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ମାଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଚାଟ୍, ଗୁପ୍‌ଚୁପ୍, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ତଥା ପାଣି ପାଉଚ୍, ମାଛ, ଚିକେନ୍ ଓ ମଟନ୍ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ।

You might also like