ଆଜି ହେଉଛି ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ । ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ । ରଘୁପତି ରାଘବ ରାଜରାମ ଧ୍ୱନିରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି । ପୂର୍ବ ଗୌରବ ଫେରାଇ ଆଣିବା ଲାଗି ସାରା ଜୀବନ ତ୍ୟାଗ କରିଥିବା ମହାନ ନେତା ବିଜୁବାବୁଙ୍କ ଆଜି ତିରୋଧାନ ଦିବସ। ସେ ଏପରି ଏକ ବ୍ୟକ୍ତିତ୍ବ ଯାହା ଭିତରେ ଥିଲା ନୂଆ ସମ୍ଭାବନା। ସେ ଏପରି ଏକ ପୁରୁଷ ଯାହା ନିକଟରେ ଭରି ରହିଥିଲା କୋଟି କୋଟି ଯୁବକଙ୍କୁ ଜାତୀୟ ସ୍ରୋତରେ ପ୍ରବାହିତ କରିବାର ପ୍ରେରଣା।

ସେ ଥିଲେ ନୂଆ ଓଡ଼ିଶାର ବିନ୍ଧାଣୀ। ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜଳସେଚନ, ଜିଲ୍ଲା ଗଠନ ଆଦି ସବୁକ୍ଷେତ୍ରରେ ଥିଲା ବିଜୁବାବୁଙ୍କ ଅନନ୍ୟ ଅବଦାନ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅଗ୍ରଗଣ୍ୟ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେ ପ୍ରତିଷ୍ଠା କରିଥିଲେ ରେକର୍ଡ। ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ବଦଳାଇଥିଲେ ଓଡ଼ିଶାର ଭାଗ୍ୟ । ଓଡ଼ିଶାରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବା ସହ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ବିଜୁଙ୍କ ଦୂର ଦୃଷ୍ଟିର ପ୍ରତୀକ। ୫ ମାର୍ଚ୍ଚ ୧୯୧୬ରେ ଭୂମିଷ୍ଠ ଝଡ଼ର ଇଗଲଙ୍କ ମହାପ୍ରୟାଣ ଘଟିଥିଲା ୧୭ ଏପ୍ରିଲ ୧୯୯୭ରେ ।

You might also like