କ୍ୟାପିଟାଲ ମେଡ଼ିକାଲ କଲେଜରେ ଖୋଲିବ ୟୁଜି- ସ୍ବସ୍ଥ୍ୟମନ୍ତ୍ରୀ

ଆଜି କ୍ୟାପିଟାଲ ମେଡିକାଲ କଲେଜ ପରିସର ବୁଲି ଭିତ୍ତିଭୂମି ପରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଗାମୀ ଦିନରେ ରାଜ୍ୟରେ ସବୁଠାରୁ ବଡ଼ ପିଜି କଲେଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏହି କଲେଜ।ପ୍ରଥମ ବ୍ୟାଚ୍‌ରେ ୨୪ ଜଣ ଛାତ୍ରଛାତ୍ରୀ ପାସଆଉଟ୍‌ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ” ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 9ଟି ସରକାରୀ ମେଡିକାଲ୍ କଲେଜ ଖୋଲିବା ଯୋଜନା ରହିଛି ବୋଲି ସିଆଇଆଇ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍ବାସ୍ଥ୍ୟସେବା ସମ୍ମିଳନୀ 2025ରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।ସବୁ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ମେଡିକାଲ୍ ଖୋଲିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯିବ।। ଚଳିତ ବର୍ଷ ପିଏଚଡି ସିଟ୍ ୭୮ ଟି ଥିବା ବେଳେ ୨୪ ଜଣ ମେଡିକାଲ କଲେଜ୍ ଛାତ୍ର ଛାତ୍ରୀ ପାସ ଆଉଟ୍ ହେବେ। ଯାହାଫଳରେ ଯେଉଁ ଯେଉଁ ବିଭାଗରେ ସ୍ପେଶିଆଲ୍ ଡାକ୍ତରଙ୍କ ଅଭାବ ଦୂର ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ୟୁଜି ଏବଂ ପିଜି ମେଡିକାଲ ପାଠ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେଇ ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜରେ ପରିଣତ କରାଯିବ। ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦିକ କଲେଜ ଖୋଲିବ। ଏଥି ସହିତ ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଓ ବଲାଙ୍ଗୀରରେ ଚାରୋଟି ନୂଆ ଡେଣ୍ଟାଲ୍‌ କଲେଜ ଖୋଲାଯିବ। ସବୁ ନୂଆ ମେଡିକାଲ୍‌ ସହ ଗୋଟିଏ ଲେଖାଏଁ ଭାବେ 9ଟି ନୂଆ ନର୍ସିଂ କଲେଜ ମଧ୍ୟ ‌ଖୋଲାଯିବ ବୋଲି ସେ କହିଛନ୍ତି।

You might also like