EaseMyTrip କୋ-ଫାଉଣ୍ଡରଙ୍କୁ ଡେଟ୍‌ କରୁଛନ୍ତି କି କଙ୍ଗନା ?

କଙ୍ଗନା ରାନାୱତ ବିଷୟରେ କିଛି ଗୁଜବ ଶୁଣାଯାଉଛି। ହଠାତ ଅଭିନେତ୍ରୀଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଆସିଛି। ତାଙ୍କ ନାମ କିଛି ବ୍ୟକ୍ତିଙ୍କ ସହ ଜଡିତ ଅଛି। ବର୍ତ୍ତମାନ ଏହି ସମସ୍ତ ଖବର ଜାଣିଲା ପରେ କଙ୍ଗନାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଲା । ତାଙ୍କର ଏବଂ ନିଶାନ୍ତ ପିଟିଙ୍କ ଡେଟିଂ ଖବରରେ କେତେ ସତ୍ୟତା ଅଛି ବୋଲି ଅଭିନେତ୍ରୀ ପ୍ରଶଂସକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି। ସେ ଏହି ସବୁ ଗୁଜବକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।ଏହି ଫଟୋ ଭାଇରାଲ ହେବା ମାତ୍ରେ କଙ୍ଗନା ଏହି ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟ ଆରମ୍ଭ କରିଛି। ଏହି ଭାଇରାଲ୍ ଫଟୋରେ ଯେଉଁଥିରୁ ପୁରା କାହାଣୀ ଆରମ୍ଭ ହୋଇଥିଲା, ଅଭିନେତ୍ରୀଙ୍କୁ EaseMyTrip କୋ-ପ୍ରତିଷ୍ଠାତା ନିଶାନ୍ତ ପିଟିଙ୍କ ସହ ଦେଖିବାକୁ ମିଳିଛି । ଦୁହେଁ ଅଯୋଧ୍ୟାରେ ଥିବା ରାମ ମନ୍ଦିର ବାହାରେ ଏକାଠି ପୋଜ୍ ଦେଇଥିଲେ।

ଏହି ଫଟୋଟି ୨୨ ଜାନୁୟାରୀ ୨୦୨୪ର ଥିଲା। ଏହି ସମୟରେ ଅଭିନେତ୍ରୀ ନିଶାନ୍ତ ପିଟିଙ୍କ ସହ ହସୁଥିବା ଏବଂ କ୍ୟାମେରା ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଏଠାରୁ ହିଁ ସେମାନଙ୍କର ଡେଟିଂର ଖବର ବଢିଥିଲା। କଙ୍ଗନା ସ୍ପଷ୍ଟ ଭାବରେ କହିଛନ୍ତି ନିଶାନ୍ତ ପିଟି ହ୍ୟାପିଲି ମ୍ୟାରେଡ। ମୁଁ ଅନ୍ୟ କାହା ସହିତ ଡେଟ କରୁଛି। ଠିକ ସମୟ ଆସିବା ପାଇଁ ଅପେକ୍ଷା କରନ୍ତୁ ଏବଂ ଆମକୁ ଲଜ୍ଜିତ କରନ୍ତୁ ନାହିଁ। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି କଙ୍ଗନା ଏବଂ ନିଶାନ୍ତ ପିଟିଙ୍କର ଡେଟିଂ ଗୁଜବରେ ସତ୍ୟତା ନାହିଁ।