ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଇଡି ରେଡ୍। କେଉଁ ପ୍ରସଙ୍ଗରେ ରେଡ୍ ହେଉଛି ଜଣାପଡ଼ିନାହିଁ। ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି।ଆଜି ସକାଳ ପ୍ରାୟ ୭ଟାରୁ ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ। ନିରଞ୍ଜନ ଘର ଚାରିପଟେ ସିଆପିଏଫ ‍ଫୋର୍ସ ମୃତୟନ କରାଯାଇଛି।

You might also like