ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ୍
ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରିଛି । ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ । ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । PMLA ଅଧୀନରେ ତଦନ୍ତ ସମୟସୀମା ମଧ୍ୟରେ ରିଅଲ ଇଷ୍ଟେଟ ପ୍ରକଳ୍ପ ସମାପ୍ତ ନ କରିବା ଅଭିଯୋଗ ସହିତ ଜଡିତ।
ସାଇ ସୂର୍ଯ୍ୟ ଡେଭଲପର୍ସର ମାଲିକ କଞ୍ଚାରଲା ସତୀଶ ଚନ୍ଦ୍ର ଗୁପ୍ତା ‘ଗ୍ରୀନ ମିଡୋଜ’ ନାମକ ଏକ ପ୍ରକଳ୍ପରେ ତ୍ରୁଟି ପାଇଁ ପୋଲିସ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଅଭିନେତା ମହେଶ ବାବୁ ଏହି ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡର ଥିଲେ। ତଥାପି, ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ।ସାଇ ସୂର୍ଯ୍ୟ ଡେଭଲପର୍ସ ବିଜ୍ଞାପନ ପାଇଁ ମହେଶ ବାବୁଙ୍କୁ ୫.୯ କୋଟି ଟଙ୍କା ଦିଆଯାଇଥିଲା। ସରକାରୀ ବ୍ୟାଙ୍କିଙ୍ଗ ଚ୍ୟାନେଲ ମାଧ୍ୟମରେ ୩.୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ୨.୫ କୋଟି ଟଙ୍କା ନଗଦ ଆକାରରେ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ତଥାପି, ମହେଶ ବାବୁ ଏହି ସମନରେ ଉପସ୍ଥିତ ଅଛନ୍ତି କି ନାହିଁ ତାହା ଦେଖିବାକୁ ବାକି ଅଛି।
