ପୂର୍ବତନ ବିଜେଡି ବିଧାୟକଙ୍କ ଉପରେ ଅଣ୍ଡାମାଡ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ (ଜିତୁ)ଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗୁରୁବାର ଅପରାହ୍ଣରେ ଗଜଲକ୍ଷ୍ମୀ ପୂଜାମଣ୍ଡପଗୁଡ଼ିକୁ ବୁଲିବା ପାଇଁ ନିଜ ଗାଡ଼ିରେ ଶ୍ରୀ ବଳବନ୍ତରାୟ ଯାଉଥିବା ସମୟରେ ଡଙ୍କାରୀ ନିକଟସ୍ଥ କୁରିକଣା ଗାଁ ନିକଟରେ କିଛି ଯୁବକ ତାଙ୍କ ଗାଡ଼ିକୁ ରାସ୍ତା ଉପରେ ଅଟକାଇ ପ୍ରବଳ ଅଣ୍ଡାମାଡ଼ କରିବା ସହିତ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ୍‌ ହେଉଥିବାର ଦେଖିବାକୁ ମିଳିଛି। ଅବଶ୍ୟ ଏହି ଅଣ୍ଡାମାଡ଼ରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସ୍ଥାନୀୟ ଲୋକେ କାହିଁକି ତାଙ୍କ ଉପରେ ଏତେ ଆକ୍ରୋଶ ବ୍ୟକ୍ତ କଲେ ତା’ର ପ୍ରକୃତ କାରଣ ଜଣାପଡ଼ିନି ।