ଘରେ ପଡିଛି ତାଲା, ବିଜୁଳି ବିଲ୍ ଆସିଲା ୧ ଲକ୍ଷ ଟଙ୍କା
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏବେ ତାଙ୍କର ସଂସଦୀୟ ଦାୟିତ୍ୱ ଏବଂ ଫିଲ୍ମ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ହେଲେ ଏବେ କଙ୍ଗନା ଏକ ବଡ଼ ଖୁଲାସା କରିଛନ୍ତି। କଙ୍ଗନା ରାନାୱତ ଦାବି କରିଥିଲେ ଯେ ତାଙ୍କ ମନାଲିର ଖାଲି ଘରେ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ମିଳିଛି।
ଏହି ସମୟରେ, ହିମାଚଳ ପ୍ରଦେଶ ରାଜ୍ୟ ବିଦ୍ୟୁତ୍ ବୋର୍ଡ ଲିମିଟେଡ୍ (HPSEBL) ବୁଧବାର କଙ୍ଗନାଙ୍କ ଏହି ଦାବିକୁ ଖାରଜ କରିଦେଇଛି ଯେ ମନାଲିରେ ତାଙ୍କ ‘ଖାଲି’ ଘରର ଗୋଟିଏ ମାସର ବିଦ୍ୟୁତ୍ ବିଲ୍ ପ୍ରାୟ ୧ ଲକ୍ଷ ଟଙ୍କା ଥିଲା। ବୋର୍ଡ କହିଛି ଯେ ୯୦୩୮୪ ଟଙ୍କାର ବିଲ୍ ଦୁଇ ମାସର ଥିଲା, ଯେଉଁଥିରେ ପୁରୁଣା ଦେୟ ଅନ୍ତର୍ଭୁକ୍ତ ଥିଲା। ତେବେ ସେ ଆହୁରି କହିଛନ୍ତି ରାଜ୍ୟ ସରକାର ହେଉଛନ୍ତି ଗଧିଆ ଏବଂ ମନାଲିର ଲୋକମାନଙ୍କୁ ସେମାନଙ୍କ କବଳରୁ ବାହାରିବାକୁ ପଡିବ। ଏହି ଦେଶକୁ, ଏହି ରାଜ୍ୟକୁ ପ୍ରଗତି ପଥରେ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ହେଲେ ପ୍ରଗତି ପାଇଁ ଆମକୁ ଗଧିଆଙ୍କ କବଳରୁ ମୁକ୍ତ ହେବାକୁ ପଡ଼ିବ।
