ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ

ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ ଅଛି, ଯେଉଁଥିରେ ଭଗବାନ ଶିବ ଅସନ୍ତୁଷ୍ଟ ହେବା ସହ କୋପ କରନ୍ତି। ଏହାଦ୍ଵାରା ବ୍ୟକ୍ତିର ସୁଖଶାନ୍ତି ଦୂରେଇଯାଇ ଅନିଷ୍ଠ ହୁଏ । ଜାଣନ୍ତୁ ତେବେ ଉକ୍ତ କାମଗୁଡ଼ିକ…

ଅନ୍ୟର ସ୍ତ୍ରୀ ଅବା ସ୍ୱାମୀକୁ ଖରାପ ନଜରରେ ଦେଖବା ଅବା ତାକୁ ପାଇବାକୁ ଇଚ୍ଛା କରିବା ହେଉଛି ବହୁତ ବଡ଼ ପପ। ଶିବ ପୂରାଣରେ ବର୍ଣ୍ଣିତ ଅଛି ଏପରି ମନେଭାବ ରଖୁଥିବା ବ୍ୟକ୍ତିଠାରେ ଶିବଙ୍କ ଆଶୀଷ ରହେ ନାହିଁ। ଏମିତି ପାପ କରୁଥୁବାରୁ ସେ ଶିବ କୋପର ଶିକାର ହୁଏ। ତା’ର ସମସ୍ତ କ୍ଷେତ୍ରରେ ଅନିଷ୍ଟ ହୋଇଥାଏ ।ଅନ୍ୟର ଧନକୁ ଲୋଭ କରିବା, ହରଣ କରିବା ଅବା ଇର୍ଷା କରିବା ଆଦି ଶିବଙ୍କ ନଜରରେ କ୍ଷମାହୀନ ଅପରାଧ। ଅନ୍ୟର ଧନକୁ ଆଡ ଆଖରେ ଦେଖିବା ଅନୁଚିତ୍‌। ନଚେତ୍‌ ପାପୀ ତାଲିକାରେ ନାମ ସ୍ଥାନ ପାଇବ ।

ଅନ୍ୟକୁ କଷ୍ଟ ଦେବା ଅବା ଅନ୍ୟ ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ଅସୁବିଧାରେ ପକାଇବା ପାଇଁ ଯୋଜନା କରିବା ପରି କୁତ୍ସିତ ମାନସିକତା ଥିବା ଲୋକଙ୍କ ଉପରେ ଭଗବାନ ଶିବ କ୍ରୋଧ କରନ୍ତି । ଏଭଳି ବ୍ୟଳ୍ତିଙ୍କର ଭଗବାନ ଶିବ ସର୍ବନାଶ କରନ୍ତି।ଉଲ ରାସ୍ତା ଛାଡ଼ି ଖରାପ ରାସ୍ତାରେ ପାଦ ଦେବା, ମଦ ମାତାଲ ହୋଇ ସମାଜରେ ବିଶୃଙ୍ଖଳା ସୃଷ୍ଟି କରାବ ଆଦି ପାପ ସହିତ ସମାନ ।ଉଗବାନ ଶିବ ଏମାନଙ୍କୁ କ୍ଷମାର ପାତ୍ର ବୋଲି ମନେ କରନ୍ତି ନାହିଁ ଶିବଙ୍କ କୋପରେ ଏମାନଙ୍କର ସର୍ବନାଶ ହୁଏ ।

କେବେ ବି କୌଣସି ନାରୀକୁ ଖରାପ ନଜରରେ ଦେଖିବା ଅନୁଚିତ | ଏମିତି ଖରାପ କାମ କରୁଥୁବା ଲୋକ ସାଂସାରିକ ସୁଖ ଭୋଗ କରିପାରେ ନାହିଁ। ଏମିତି କି ଯେତେ ଧନ ଥୂଲେ ବି ସନ୍ତୁଷ୍ଟ ହୋଇପାରେନି। ଅନେକ ଯନ୍ତ୍ରଣା ପାଇ ମୃତ୍ୟୁ ମୁଖରେ ପଡ଼େ।ମା ବାପାଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ତାଙ୍କୁ ଦୂଃଖ କଷ୍ଟ ଦେଇ ରଖୁଥିବା ବ୍ୟକ୍ତିମାନେ ଶିବଙ୍କ କୋପରୁ ସହଜରେ ରକ୍ଷା ପାଇପାରନ୍ତି ନାହିଁ। ଭଗବାନ ଶିବ ଏଭଳି ବ୍ୟକ୍ତିଙ୍କୁ କ୍ଷମା କରନ୍ତି ନାହିଁ। ଏମାନଙ୍କଠାରୁ ସମସ୍ତ ସୁଖଶାନ୍ତି ହରଣ କରିବା ସହ ତାଙ୍କର ସର୍ବନାଶ କରନ୍ତି ।