ସବୁରାଜ୍ୟମାନଙ୍କୁ ମକଡ୍ରିଲ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ
ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍ ଡ୍ରିଲ୍ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍ ଡ୍ରିଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମେ ୭ ରେ ହେବ ମକଡ୍ରିଲ ସେପଟେ ପହଲଗାମ ପ୍ରତିଶୋଧ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଛି ମାରାଥନ ବୈଠକ । ଏହା ଭିତରେ ଆଜି ଏନଏସଏ ଅଜିତ ଡୋଭାଲ , ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଓ ଗୃହସଚିବଙ୍କ ସହ ବୈଠକ କରିଛନ୍ତି |
ମକ୍ ଡ୍ରିଲ୍ ସମୟରେ ଏହି କଥା ଉପରେ ଦିଆଯିବ ଧ୍ୟାନ:
-ଏୟାର ଷ୍ଟ୍ରାଇକ ଆଲର୍ଟ ସମୟରେ ସାଇରନ ବାଜିବ।
-ଆକ୍ରମଣ ସମୟରେ ନାଗରିକ, ଛାତ୍ରମାନଙ୍କୁ ନିଜର ସୁରକ୍ଷା ପାଇଁ ଟ୍ରେନିଂ ଦିଆଯିବ।
-ଆକ୍ରମଣ ସମୟରେ ବ୍ଲାକ ଆଉଟ୍ କରିବା।
-ଲୋକମାନଙ୍କ ଦ୍ୱାରା ସ୍ଥାନକୁ ଖାଲି କରିବା ବା ବାହାର କରିବାର ପ୍ଲାନିଂ କରିବା ଏବଂ ତା’ର ଅଭ୍ୟାସ କରିବା।
