ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା ।

ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ। ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା । ସୂଚନାନୁଯାୟୀ, ୩୦ ଅପ୍ରେଲ ୨୦୨୫ରେ ପଡ଼ୁଛି ଅକ୍ଷୟ ତୃତୀୟା, ଏହି ଦିନ ଅର୍ଥାତ ଆଜି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ସମୁଦାୟ ୧ ହଜାର କୋଟି ଟଙ୍କା । ଏହି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା ।

ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଥିଲା। ନୂଆଖାଇ ଅବସରରେ ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା ।

You might also like