ଦୁଇଚକିଆ ଯାନ ଚାଳକମାନଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନା ନାହିଁ ?
୧୫ ଜୁଲାଇରୁ ଦୁଇଚକିଆ ଯାନରୁ ଟୋଲ୍ ଆଦାୟ ହେବ ବୋଲି ସମସ୍ତ କଳ୍ପନାଜଳ୍ପନା ଉପରୁ ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପରଦା ହଟାଇଛନ୍ତି । ଏହାକୁ ସେ ଗୁଜବ ବୋଲି କହିଛନ୍ତି ।କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ ଜାତୀୟ ରାଜପଥ ବ୍ୟବହାର କରିଥାନ୍ତି। ଏପର୍ଯ୍ୟନ୍ତ ଦୁଇ ଚକିଆ ଯାନକୁ ଏହି ରାଜପଥରେ ଟୋଲ୍ ଟିକସରୁ ମୁକ୍ତ କରାଯାଇଛି। କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏବେ ଦୁଇ ଚକିଆ ଯାନକୁ ମଧ୍ୟ ଟୋଲ୍ ଟାକ୍ସ ଦେବାକୁ ପଡିବ। କିନ୍ତୁ ଗଣମାଧ୍ୟମ ସଂସ୍ଥା ଦୁଇ ଚକିଆ ଯାନ ଉପରେ ଟୋଲ୍ ଟିକସ ଲାଗୁ କରିବା ବିଷୟରେ ଭ୍ରମାତ୍ମକ ଖବର ପ୍ରସାର କରୁଛନ୍ତି। ଏପରି କୌଣସି ନିଷ୍ପତ୍ତି ପ୍ରସ୍ତାବିତ ହୋଇନାହିଁ।
