ପ୍ରେମ ଯୋଗୁଁ ଜୀବନ ହାରିଲେ ମହିଳା କନେଷ୍ଟବଳ ।
ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ସହରରେ ଥିବା ପୋଲିସ ବାରାକ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କେଉଁ ପରିସ୍ଥିତିରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି କାରଣ ଅସ୍ପଷ୍ଟ ରହିଛି ।ସୂଚନା ଅନୁସାରେ ଆଜି ବାରାକରେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀ ମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୀବନ ହାରିବାର କାରଣ ପ୍ରେମଜନିତ ବୋଲି ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ସମ୍ପର୍କ ରହିଥିଲା ।
