ପ୍ରୟାଗରାଜର ମହାକୁମ୍ଭରେ ପୁଣି ଥରେ ଅଗ୍ନିକାଣ୍ଡ
ପ୍ରୟାଗରାଜ ମହାକୁମ୍ଭରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ଏହା ଅଗ୍ନିକାଣ୍ଡର ଘଟଣା ତୃତୀୟ ଥର ଘଟିଛି ବୋଲି କୁହାଯାଉଛି।ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ଜିନିଷପତ୍ରର କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ସେନେଇ ସୂଚନା ମିଳିପରି ନାହିଁ। କୁହାଯାଉଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଉଛି।ଏହିପରି କିଛିଦିନ ତଳେ ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା ।
