ପୁରୀରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଅଗ୍ନିକାଣ୍ଡ
ପୁରୀରେ ପୁଣି ଅଗ୍ନିକାଣ୍ଡ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍ ଗୁଡ଼ିକରେ ନିଆଁ ଲାଗିଛି କିନ୍ତୁ କାହାର କିଛି କ୍ଷତି ଘଟିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଜି ସକାଳ ସମୟରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଛି। ନିଆଁ ଲାଗି ଯାଇ ବ୍ୟାରିକେଡ ଗୁଡିକ ହୁତୁ ହୁତୁ ହୋଇ ଜଳିଛି। ଲୁହା, ପ୍ଲାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସଂମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ନିକଟରେ ଏଲଆଇସି କଲୋନୀରେ ସରକାରୀ କ୍ବାଟର ରହିଛି। ପାଖରେ ନ୍ୟାୟଧିଷ ଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାଟର ବି ରହିଛି।ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।
