ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ମିଳିବ ।

ରେଳଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର | ଭାରତୀୟ ରେଳପଥ ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ଯୋଗାଇ ଦେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ । ଯଦି ସେମାନେ ତାହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇପାରିବ।


ଏହି ରେଳ ମନ୍ତ୍ରଣାଳୟ କହିଛି ଯେ ଭେଜ ମିଲର ମେନୁରେ ସାଦା ଭାତ (୧୫୦ ଗ୍ରାମ), ଡାଲି କିମ୍ବା ସାମ୍ବର (୧୫୦ ଗ୍ରାମ), ଦହି (୮୦ ଗ୍ରାମ), ୨ଟି ପରଟା କିମ୍ବା ୪ଟି ରୋଟି (୧୦୦ ଗ୍ରାମ), ତରକାରୀ (୧୦୦ ଗ୍ରାମ) ଏବଂ ଏକ ପ୍ୟାକେଟ ଆଚାର (୧୨ ଗ୍ରାମ) ଅନ୍ତର୍ଭୁକ୍ତ ରହିବ।

You might also like