ସିନ୍ଧୁ ନଦୀରେ ଆମର ପାଣି ଯିବ ନହେଲେ ବୋହିବ ରକ୍ତ -ବିଲାଓ୍ୱଲ ଭୁଟ୍ଟୋ
ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ଏହାକୁ ନେଇ ପାକିସ୍ତାନର ବାଚାଳାମୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଚେତାବନୀ ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡ଼ିଛନ୍ତି। ଫଲରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ପ୍ରାକ୍ ଯୁଦ୍ଧ ପରିସ୍ଥିତି । ଭାରତ ଓ୍ୱାଟର ଷ୍ଟ୍ରାଇକ୍, ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ସବୁଠି ତେଜିଛି ପ୍ରତିବାଦ । ଖାସ୍ କରି ପାକିସ୍ତାନ ବି ଚୂପ୍ ବସିନି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଭାରତକୁ ଟାର୍ଗେଟ କରି ଆକ୍ରମଣାତ୍ମକ ଓ ଉତ୍ତେଜନାମୂଳକ ବୟାନ ଦେଇ ପରିସ୍ଥିତିକୁ ଆହୁରି ଅଧିକ ଗମ୍ଭୀର କରିଛନ୍ତି ।
ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି କହିଛନ୍ତି।ସିନ୍ଧୁ ନଦୀ ଉପତ୍ୟତା ପାର୍ଶ୍ବବର୍ତ୍ତୀ ସୁକ୍କୁର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଭୁଟ୍ଟୋ କହିଛନ୍ତି, ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେଉଛି। ମୋଦୀ ନିଜର ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ ଏକପାଖିଆ ଭାବେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ନଦୀ ପାକିସ୍ତାନର। ଏହା ଆମର ହୋଇ ରହିବ। ଏଥିରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ।
