ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ବଡ଼ ପରିବର୍ତ୍ତନ, ପୂର୍ବତନ RAW ମୁଖ୍ୟ ହେଲେ ଅଧ୍ୟକ୍ଷ

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) । ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ, ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି ।ନୂତନ ବୋର୍ଡରେ ସାତ ଜଣ ସଦସ୍ୟ ଅଛନ୍ତି , ସେମାନଙ୍କ ମଧ୍ୟରେ ସାମରିକ ସେବାରୁ ତିନି ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି। ପୂର୍ବତନ ପଶ୍ଚିମ ବାୟୁସେନା କମାଣ୍ଡର ଏୟାର ମାର୍ଶାଲ ପି.ଏମ୍. ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏ.କେ. ସିଂହ ଏବଂ ରିଅର ଆଡମିରାଲ ମଣ୍ଟି ଖାନ୍ନା ରହିଛନ୍ତି ।ଆଲୋକ ଯୋଶୀଙ୍କର ଜାତୀୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ RAW ର ମୁଖ୍ୟ ଏବଂ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ NTRO ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଯୋଶୀ ପଡ଼ୋଶୀ ଦେଶ, ବିଶେଷକରି ନେପାଳ, ପାକିସ୍ତାନରେ ଗୁଇନ୍ଦା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ତାଙ୍କର ନିଯୁକ୍ତିକୁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି ।

You might also like