ଏବେ ଶ୍ରୀମନ୍ଦିରେ ମାଗଣା ମିଳିବ ଅଭଡ଼ା

ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି |ଆଇନି ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରାଯାଉଛି। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ।ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉଭୟ ଭକ୍ତ ଓ ସେବାୟତ । ସରକାରଙ୍କ ଏଭଳି ଚିନ୍ତାଧାରାକୁ ପୂର୍ବତନ ଶ୍ରୀମନ୍ଦିରର ପରିଚାଳନା କମିଟି ସଦସ୍ୟ ତଥା ମହନ୍ତ ରାମଚରଣ ଦାସ ମହାରାଜ ସ୍ବାଗତ କରିଛନ୍ତି ।