ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ସରକାରୀ ବାବୁ ।
ଏଣିକି ଓଡିଶା ସରକାର କର୍ମଚାରୀମାନେ କୌଣସି ମୂଲ୍ୟବାନ ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କୁ ସୂଚନା ଦେବେ। ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର ରିପୋର୍ଟ କରିବାକୁ କହିଛନ୍ତି।ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍ -୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । “ତେଣୁ, ଆପଣଙ୍କୁ ସୁନା ଜିନିଷ କ୍ରୟ କରିବା ପରେ ଉପଯୁକ୍ତ ଭାବରେ ରିପୋର୍ଟ କରିବାକୁ ଅନୁରୋଧ କରାଯାଉଛି,” ବିଭାଗ ଆହୁରି କହିଛି।
