ପୁଅ ବାହାଘରରେ ୧୦ ହଜାର କୋଟି ଦାନ କଲେ ଅଦାନୀ
ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି।ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।ତାଙ୍କ ସାନ ପୁଅ ଜିତ୍ଙ୍କ ବିବାହ ଅବସରରେ ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ବୋହୂଙ୍କୁ “ବେଟି ଦିବା” ବୋଲି ସମ୍ବୋଧନ କରିଥିଲେ । ସେ ଲେଖିଛନ୍ତି, “ସର୍ବଶକ୍ତିମାନ ଈଶ୍ୱରଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅହମ୍ମଦାବାଦରେ ପାରମ୍ପରିକ ରୀତିନୀତି ଏବଂ ପ୍ରିୟଜନଙ୍କ ମଧ୍ୟରେ ଶୁଭ ମଙ୍ଗଳ ଭାବ ସହିତ ବିବାହ ଅନୁଷ୍ଠିତ ହୋଇଛି ।
ଏହା ଏକ ଛୋଟ ଏବଂ ବ୍ୟକ୍ତିଗତ ସମାରୋହ ଥିଲା, ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ମୋ ଝିଅ ଦିବା ଏବଂ ଜିତ ପାଇଁ ଆପଣମାନଙ୍କ ସମସ୍ତଙ୍କଠାରୁ ସ୍ନେହ ଏବଂ ଆଶୀର୍ବାଦ କାମନା କରୁଛି।”ଜିତ୍ ଏବଂ ଦିଭା ବିବାହ ପୂର୍ବରୁ ମଙ୍ଗଳ ସଙ୍କଳ୍ପ ନେଇଥିଲେ। ଏହି ସଙ୍କଳ୍ପ ଅନୁସାରେ ସେମାନେ ୫୦୦ ଦିବ୍ୟାଙ୍କ କନ୍ୟାଙ୍କ ବିବାହ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ।
